କୋରାପୁଟ: ମାଛକୁଣ୍ଡରେ ପିକଅପ୍ ଭ୍ୟାନରୁ ୨ କୁଇଣ୍ଟାଲ ୧୪ କେଜି ଗଞ୍ଜେଇ ଜବତ
ଲମତାପୁଟ ମାଛକୁଣ୍ଡ ପୋଲିସ ପିକଅପ୍ ଭ୍ୟାନର ସିକ୍ରେଟ ବକ୍ସରୁ ୨ କୁଇଣ୍ଟାଲ ୧୪ କେଜି ଗଞ୍ଜେଇ ଜବତ କରିଛି। ମାଲକାନଗିରିରୁ ଛତିଶଗଡ଼ ଚୋରାଚାଲାଣ ବେଳେ ବଡ଼ଡୁରାଲ ଗ୍ରାମର ରିଙ୍କୁ ପାଙ୍ଗି ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ।