ତଲସରା: ଡେମୁପଡା ଗ୍ରାମରୁ ମହୁଲି ମଦ ଜବତ ମଦ ବେପାରୀ ଗିରଫ
ବଡ଼ଗାଁ ଥାନା ଅନ୍ତର୍ଗତ ଡେମୁପଡା ଗ୍ରାମର ମଦ ବେପାରୀ ପଟେଲ ମାଝୀ (୩୬) ଙ୍କୁ ବଡ଼ଗାଁ ପୋଲିସ ଗିରଫ କରି ନୋଟିସ ଦେଇ ଛାଡିଥିବା ସୂଚନା ମିଳିଛି। ପଟେଲ ମଦ ବିକ୍ରୀ କରୁଥିବା ଅଭିଯୋଗ ହେବା ପରେ ବଡ଼ଗାଁ ଥାନା ଏଏସଆଇ ଅରୁପାନନ୍ଦ ଦାସ ଓ ବିଜୟ କୁମାର କର ଚଢ଼ାଉ କରି ତା ଘରୁ ୧୦ ଲିଟର ମହୁଲି ମଦ ଜବତ କରାଯାଇଥିବା ସୂଚନା ମିଳିଛି। ବଡ଼ଗାଁ ପୋଲିସ ପଟେଲ ମାଝୀ କୁ ମଦ ବିକ୍ରୀ ବନ୍ଦ କରିବାକୁ ତାଗିଦ କରିବା ସହ ନୋଟିସ ଦେଇ ଛାଡିଛି।