ବେତନଟୀ ଥାନା ଖଡ଼ିଶୋଳ ପଞ୍ଚାୟତ ଅଧୀନ ଡ଼ୁମାପଦା ଠାରେ ଓମ କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟର ଉଦଯାପନୀ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅବସରରେ ଗୁରୁବାର ସନ୍ଧ୍ୟା ୬ଟାରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନ l ଏହି ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ପଡୋଶୀ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ୭ଗୋଟି ଜିଲ୍ଲାରୁ ବଛାବଛା କ୍ରିକେଟଟିମ ଅଂଶଗ୍ରହଣ କରିଥିଲେ l