ପାଟଣାଗଡ: ମନେଇପାଦ ମୁନି ଗୁମ୍ଫାରେ ଗିରି ଗୋବର୍ଦ୍ଧନପୂଜା ଅନୁଷ୍ଠିତ
ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ମନେଇପାଦ ମୁନି ଗୁମ୍ଫାରେ ଗିରି ଗୋବର୍ଦ୍ଧନ ପୂଜା ମଙ୍ଗଳବାର ଅପରାହ୍ନ ମହା ସମାରୋହରେ ପାଳିତ ହୋଇ ଯାଇଛି । ଦୀପାବଳି ର ପରଦିନ ଏହି ଗିରି ଗୋବର୍ଦ୍ଧନ ଅନୁଷ୍ଠିତ ହୋଇଥାଏ । ଶହଶହ ଶ୍ରଦ୍ଧାଳୁ ପାହାଡ ଚଢ଼ି ପୂଜା ଦେଖିବା ସହ ଭଗବାନଙ୍କ ଦର୍ଶନ କରିଥାନ୍ତି ।