୧୮ନଂ ଜାତୀୟରାଜପଥ ତାରାକୋଟୀ ଛକରେ ମଙ୍ଗଳବାର ଅପରାହ୍ନରେ ପାଞ୍ଚଟାରେ ଚଢାଉକରି ଚୋରା ଦେଶମଦନେଇ ଯାଉଥିବା ଜନୈକ ବ୍ୟକ୍ତିକୁ କାବୁ କରିବା ସହିତ ତା’ନିକଟରୁ ଚୋରା ଦେଶମଦ ସମତେ ମୋଟର ସାଇକେଲକୁ ଜବତ କରିଛି ବେତନଟୀ ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଉଛି ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡିଅଧୀନ ହାତୀକୋଟ ପଞ୍ଚାୟତ ଉପକଣ୍ଠ ବାଲିପାଳ ଗ୍ରାମର ଭାଦୁ ସୋରେନର ପୁଅ ବନମାଳୀ ସୋରେନ l