ଚମ୍ପୁଆ: କାଶିଆ ନିକଟରେ ଟ୍ରଲର ସହ ଧକ୍କା ହୋଇ ଓଲଟିଲା ହାଇୱା, ଚାଳକ ଆହତ
ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କାଶିଆ ନିକଟରେ ଗତ ରାତିରେ ଏକ ହାଇୱା ଅନ୍ୟ ଏକ ଟ୍ରଲରକୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଥିବା ଜଣା ପଡିଛି। ଏହି ଦୁର୍ଘଟଣାରେ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଚାଳକ ଆହତ ହୋଇଥିବା ସୂଚନା ରହିଛି।