ବିଞ୍ଝାରପୁର: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଅଶୋକଝର ଗାଁରେ ଚଢ଼ାଉ,50 ଲିଟର ଦେଶୀମଦ ସହିତ ସ୍କୁଟି ଗାଡି ଜବତ,ଦୁଇଜଣ ଗିରଫ କୋର୍ଟ ଚାଲାଣ
ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଅଶୋକଝର ଗାଁରେ ଚଢ଼ାଉ,50 ଲିଟର ଦେଶୀମଦ ସହିତ ସ୍କୁଟି ଗାଡି ଜବତ,ଦୁଇଜଣ ଗିରଫ କୋର୍ଟ ଚାଲାଣ l ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଡୋଲୀପୁର ଅବକାରୀ ଅଧିକାରୀ ବିଭୁ ପ୍ରସାଦ ସାହୁ କୋରେଇ ଥାନା ଅଶୋକଝର ଗାଁ ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଦୁଇଜଣ ବ୍ୟକ୍ତି ଦେଶୀମଦ ବିକିବାକୁ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ l ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ କେନ୍ଦୁଝର ଜିଲ୍ଲା ଅଂଚଳର ରାଜେନ୍ଦ୍ର କୁମାର ପାତ୍ର ଓ ପଦ୍ମଲୋଚନ ପାତ୍ର ବୋଲି ଜଣାପଡିଛି l