ସାଲେପୁର: ସାଲେପୁର ବାଲିଆ ନିକଟରୁ ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହ ଦୁଇ ଜଣ ଗିରଫ।
ସାଲେପୁର ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହ ଦୁଇ ଜଣ ଗିରଫ କରିଛି।ଘଟଣା ରୁ ପ୍ରକାଶ ସାଲେପୁର ଥାନା ଅନ୍ତର୍ଗତ ବାଲିଆ ଠାରେ ଦୁଇ ଜଣ ମଦ ବିକ୍ରି କରୁଥିବା ଖବର ପାଇ ସାଲେପୁର ପୋଲିସ ଚଢ଼ାଉ କରିଥିଲେ।ଚଢ଼ାଉ ବେଳେ ବାଲିଆ ଗ୍ରାମର ରଞ୍ଜନ ସାହୁ ନିକଟରୁ ଆସ୍କା 40 ତିରିଶି ବୋତଲ ଓ ବଲ୍ଲଭ ପୁର ଗ୍ରାମର ଦେବାଶିଷ କର ନିକଟରୁ ବିଅର ୧୬ ବୋତଲ ମଦ ଜବତ କରିଥିଲା ।ସାଲେପୁର ପୋଲିସ ଉଭୟଙ୍କୁ ଗିରଫ କରି କରିସୋମବାର ଅପରାହ୍ନ ରେ କୋର୍ଟ ଚାଲାଣ କରିଥିବା ସାଲେପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।