ଲକ୍ଷ୍ମୀପୁର: ଚଣ୍ଡୀ ଜାନୀଗୁଡ଼ା ରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଛେଳି ଓ ମେଣ୍ଢା କୁ କୃମି ନାଶକ ଓ ଭିଟାମିନ ଟୀକା ପ୍ରଦାନ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ରେ ଥଣ୍ଡା ରୁତୁ କୁ ଆଖି ଆଗରେ ରଖି ଛେଳି ଓ ମେଣ୍ଢା କୁ କୃମି ନାଶକ ଓ ଭିଟାମିନ ଟୀକା ପ୍ରଦାନ କରାଯାଉ ଥିବା ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି। ଆଜି ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ଚଣ୍ଡୀ ଜାନୀଗୁଡ଼ା ରେ ଏ ଏଲ୍ ଆଇ ଚିତ୍ତରଂଜନ ସୁଚେନ ଗସ୍ତ କରି ଟୀକା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।ଯଦି ଠିକ୍ ସମୟରେ ଛେଳି ଓ ମେଣ୍ଢା ମାନଙ୍କୁ ଆବଶ୍ୟକ ଟୀକା ନ ଦେଲେ, ଛେଳି ମାନେ ବିଭିନ୍ନ ପ୍ରକାର ରୋଗ ର ଶିକାର ହୋଇ ପାରନ୍ତି ବୋଲି ପ୍ରକାଶ କରିଛନ୍ତି।