ଆଜି ବଡ଼ଗାଁ ବ୍ଳକ ର ବଡ଼ଗାଁ ଧାନ ମଣ୍ଡି କୁ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବ ରେ ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ, ବଡ଼ଗାଁ ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ,ଯୋଗାଣ ଅଧିକାରୀ ବଜିନାଥ ମହାଲି,ଲ୍ୟାମ୍ପସ ସଭାପତି ଭୂଲୁକୁ ଠେମରିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଡ଼ଗାଁ ଲ୍ୟାମ୍ପସ ଏମଡି ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ