ଶନିବାର ଅପରାହ୍ନରେ ଲାଞ୍ଜିଗଡ଼ ସହରର ପ୍ରମୁଖ ସମସ୍ୟାର ସମାଧାନ ନେଇ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପାଓ୍ବାର ସଚୀନ ପ୍ରକାଶଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ଵରେ ଏହି ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାର ସଂପ୍ରସାରଣ, ଲାଞ୍ଜିଗଡ଼କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଘୋଷଣା କରିବା ପାଇଁ ଦାବି କରିଥିଲେ।