ଝାରସୁଗୁଡା ଜିଲ୍ଲା ଏଚ୍ କଣ୍ଟାପାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା 'ଜାତୀୟ ଯୁବ ଦିବସ ପାଳିତ ହୋଇଛି l ଆଜି ପୂର୍ବାହ୍ନ ୧୧ ଟା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଛନ୍ତି l ଏହାସହ ଛାତ୍ରଛାତ୍ରୀଙ୍କୁ ଦେଶସେବା ଓ ଜ୍ଞାନ ଆହରଣ ପାଇଁ ଉତ୍ସାହିତ କରିଛନ୍ତି l