ରାସଗୋବିନ୍ଦପୁର: ସନ୍ୟାସୀ ଗ୍ରାମରେ ମୁରଲୀ କାଳନ୍ଦୀଙ୍କ ଝିଅର ସନ୍ଦେହଜନକ ମୃତ୍ୟୁରେ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ କଲା ମୋରଡା ପୁଲିସ
ମୋରଡା ଥାନା ଅଧୀନ ସନ୍ୟାସୀ ଗ୍ରାମର ମୁରଲୀ କାଳନ୍ଦୀଙ୍କ ୧୭ ବର୍ଷିୟା ବିବାହିତା ଝିଅର ଶନିବାର ସନ୍ଦେହଜନକ ମୃତ୍ୟୁରେ ଅପମୃତ୍ୟୁ ମାମଲା ରୁଜକରି ଶଵ ବ୍ୟବଚ୍ଛେଦ କରାଇବା ସହିତ ଶନିବାର ଅପରାହ୍ନ ଚାରିଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ପୁଲିସ l ସୂଚନା ମୁତାବକ ମୋରଡା ଥାନା ଅଧୀନ ସନ୍ୟାସୀ ଗ୍ରାମର ମୁରଲୀ କାଳନ୍ଦୀଙ୍କ ୧୭ବର୍ଷିୟା ବିବାହିତା ଝିଅ ନିଜ ବାପଘରେ ଥିବାବେଳେ ହଠାତ ଅସୁସ୍ଥ ହେବା ସହିତ ଗୁରୁତର ହୋଇପଡିଥିଲେ l