ସୁକିନ୍ଦା: ଦାନଗଦି ଅଞ୍ଚଳରୁ ଦୁଇ ଜଣ ଶିଶୁ ଶ୍ରମିକ ଉଦ୍ଧାର
ଜିଲ୍ଲା ଶ୍ରମ ବିଭାଗ ତରଫରୁ ସହକାରୀ ଶ୍ରମ ଅଧିକାରୀ ରଚନା ସେଠି ଓ ଦେବାଶିଷ ଜେନା ସ୍ଥାନୀୟ ପୋଲିସ ସହାୟତାରେ ଦାନଗଦି ବ୍ଲକ ସ୍ଥିତ ମିଲିଟାରୀ ଛକରେ ଥିବା ଚନ୍ଦନ ହୋଟେଲରୁ 2 ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବା ମଙ୍ଗଳାବର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି । ଜିଲ୍ଲା ଶ୍ରମ ବିଭାଗ ତରଫରୁ ସହକାରୀ ଶ୍ରମ ଅଧିକାରୀ ମାନେ ସମ୍ପୃକ୍ତ ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ଖୁବ ଶୀଘ୍ର ସମ୍ପୃକ୍ତ ମାଲିକ ମାନଙ୍କ ବିରୁଦ୍ଧରେ ମାନ୍ୟବର କୋର୍ଟରେ କେସ କରାଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ ତରଫରୁ ସୂଚନା ମିଳିଛି l