ଦେବଗଡ: ବାସୁପାଲି ଛକରେ ଟ୍ରଲରକୁ ଧକ୍କା ଦେଲା ବାଇକ; ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ
ଦେବଗଡ ଜିଲ୍ଲା ବାରକୋଟ ଥାନା ବାସୁପାଲି ଛକରେ ଭାରସାମ୍ୟ ହରାଇ ଏକ ଟ୍ରଲରକୁ ଧକ୍କା ଦେଲା ବାଇକ । ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ । ଆଜି ସନ୍ଧ୍ୟାରେ ବାସୁପାଲି ଛକ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରଲରକୁ ବାଇକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଲଇମୁରା ଥାନା ଜଗନ୍ନାଥପୁର ଗ୍ରାମର ରାଜେନ୍ଦ୍ର କିସାନ (୫୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଦଲକି ଗ୍ରାମର ପ୍ରଶାନ୍ତ କିସାନ (୪୦) ଆହତ ହୋଇଛନ୍ତି । ରାଜେନ୍ଦ୍ର ଓ ପ୍ରଶାନ୍ତ ଏକ ବାଇକ ଯୋଗେ ବାରକୋଟ ଥାନା ଖଜୁରୀଖମଣ ଗ୍ରାମରୁ କଣ୍ଢଳ ପଟକୁ ଫେରୁଥିଲେ ।