ବାଲିିଅନ୍ତା: ବୁଧିପଡ଼ା ଛକରେ ବାଇକ ଦୁର୍ଘଟଣା , ୧ଆହତ
ସୋମବାର ସନ୍ଧ୍ୟା ପ୍ରାୟ ସାତଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବୁଧିପଡ଼ା ଛକରେ ବାଇକ ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏକ ବାଇକ ବାଳକାଟିରୁ ବନମାଳୀପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ାହୋଇଥିବା ଅନ୍ୟ ଏକ ବାଇକ୍କୁ ଧକ୍କା ଦେଇଥିଲା ଫଳରେ ଯୁବକ ଜଣକ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ନିଶାସକ୍ତ ଥିବା ଜଣାପଡିଛି। ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।