ବଲାଙ୍ଗୀର: ନଟରାଜ ଥନାପତି ହତ୍ୟା ଘଟଣା ତେଲ ନଦୀ ବ୍ରିଜ ପ୍ରବଳ ଭିଡ଼ରେ ଅଟକିଲା ସିନ୍ ରିକ୍ରିଏସନ୍ ଫେରିଲା ପୋଲିସ
ବଲାଙ୍ଗିର ଜିଲ୍ଲାରେ ଏକ ହୃଦୟବିଦାରକ ଭାଇଘାତ ଘଟଣା ସାମ୍ନାକୁ ଆସିଛି। ସାନଭାଇଙ୍କୁ ହତ୍ୟା କରିବା ପାଇଁ ୬୦ ହଜାର ଟଙ୍କା ସୁପାରୀ ଦେଇଥିଲା ବଡଭାଇ। ଘଟଣାଟି ଘଟିଛି ତୁଷୁରା ଥାନା ଅଧୀନ ଦେଉଳଗୁଡି ଗାଁରେ। ମୃତକ ନଟରାଜ ଥନାପତି ଓ ଅଭିଯୁକ୍ତ ବଡଭାଇ ନବ କୁମାର ଥନାପତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ଆର୍ଥିକ ବିବାଦ ଚାଲିଥିଲା। ଜମିବାଡି ଓ ଆୟକୁ ନେଇ ଇର୍ଷ୍ୟାରୁ ଏହି ହତ୍ୟାକାଣ୍ଡ ରଚାଯାଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ୦୧ ଜାନୁଆରୀ ରାତିରେ ଯୋଜନା ଅନୁଯାୟୀ ନଟରାଜଙ୍କୁ ଡାକି ତେଲ ନଦୀ ବ୍ରିଜରୁ ତଳକୁ ଫିଙ୍ଗି ଦିଆଯାଇଥିଲା, ଯାହାରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।