ମଙ୍ଗଳବାର ଅପରାହ୍ନରେ ମଦନପୁର ରାମପୁର ପୁଲିସ ଥାନା ଅଧିନସ୍ଥ ଉର୍ଲାଦାନି ପଞ୍ଚାୟତ ଅନ୍ତର୍ଗତ ନାଗଝୁରୀ ଗାଁ ରେ ଘଟିଛି ଏକ ଅଘଟଣ। ଚାଷ ଜମିରୁ ଧାନ ନେଇ ଘରକୁ ଫେରୁଥିବା ବେଦମତୀ ପାତ୍ର ନାମକ ଜଣେ ମହିଳା ବାରହା କାମୁଡାରେ ଗୁରୁତର ହେଇଛନ୍ତି। ତାଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅଧିକ ଚିକିତ୍ସା ଆବଶ୍ୟକ ଯୋଗୁଁ ସନ୍ଧ୍ୟାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।