ସଦର: ଶମ୍ଭୁ ନଗର ପଡା ସ୍ଥିତ ଏକ ପୋଖରୀ ଗଳିତ ଶବ ଉଦ୍ଧାର। ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ଶମ୍ଭୁ ନଗର ପଡା ସ୍ଥିତ ଏକ ପୋଖରୀ ଗଳିତ ଶବ ଉଦ୍ଧାର ଭବାନୀପାଟଣା ପୁଲିସ। ସୁଚନା ଅନୁସାରେ ଶମ୍ଭୁ ନଗର ପଡା ମହେଶ୍ୱର ଶବ୍ରର ବୋଲି ଜଣାପଡିଛି। ମହେଶ୍ୱର ଚାରିଦିନ ହେଲା ସେ ନିଖୋଜ ଥିବା ବେଳେ ଆଜି ସୋମବାର ଦିନ ପୁଲିସ ତାଙ୍କ ମୃତ ଦେହ ଉଦ୍ଧାର କରିଛି।ମୃତ ଦେହଟି ଭାସୁଥିବା ଖବର ପରିବାର ଲୋକେ ଚିହ୍ନଟ କରିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଥିବା ସୁଚନା ମିଳିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ କୁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ଜାରି ରଖିଥିବା ସୁଚନା।