ସୁନ୍ଦରଗଡ ସହର: ସୁନ୍ଦରଗଡ଼ ସହର ଓ ଜିଲ୍ଲାରେ ହାଡ଼ ଭଙ୍ଗା ଶୀତ ସାଙ୍ଗକୁ ପ୍ରଚୁର କୁହୁଡି ଅନୁଭୂତ ହେଉଥିବାରୁ ଆଞ୍ଚଳିକ ପରିବହନ ବିଭାଗ ଜାରି କଲେ ସତର୍କତା
ଆଜି ଡିସେମ୍ବର 21 ତାରିଖ ସୁନ୍ଦରଗଡର ପ୍ରାୟ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟ ଫର୍ମରେ ଏହି ସତର୍କ ଓ ଅନୁଭବି ପୋଷ୍ଟର ଛାଡ଼ିଛନ୍ତି ଜିଲ୍ଲା ସଡ଼କ ସୁରକ୍ଷା କମିଟି, ସୁନ୍ଦରଗଡ଼ ବା ଆଞ୍ଚଳିକ ପରିବହନ ବିଭାଗ ସୁନ୍ଦରଗଡ଼। ଏହି ପୋଷ୍ଟର ସମସ୍ତ ସୋସିଆଲ ମିଡିଆରେ ସନ୍ଧ୍ୟା 5 ଟାରୁ ଘୁରି ବୁଲୁଥିବା ବେଳେ ଏବେ ସମସ୍ତ ହ୍ୱାଟସପ୍ ଗ୍ରୁପ ଓ ବ୍ୟକ୍ତି ଗତ ମୋବାଇଲକୁ ପହଞ୍ଚିବାରେ ଲାଗିଛି। ସ୍ଥିର ହୋଇ ଦେଖନ୍ତୁ, ପଢନ୍ତୁ, ନିଜ ମଧ୍ୟରେ ଏହି ବାର୍ତ୍ତା ରଖନ୍ତୁ, ନିଜ ପରିବାର, ଆତ୍ମୀୟ ଓ ସମ୍ପର୍କୀୟଙ୍କ ସହ ସେୟାର କରନ୍ତୁ। ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଏହି ବାର୍ତ୍ତା ହେଉଛି ବରଦାନ ।