ଚମ୍ପୁଆ: ନୂଆବେଡା ଜଙ୍ଗଲରେ ପ୍ରବେଶ କଲେ ୨୯ ଟିକିଆ ହାତୀପଲ, ବନ ବିଭାଗ ରଖିଛି ନଜର
ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ସୁନାରିପଶି ନୂଆବେଡା ଜଙ୍ଗଲକୁ ଆଜି ସକାଳୁ ୨୯ ଟିକିଆ ହାତୀପଲ ପ୍ରବେଶ କରୁଥିବା ଦେଖା ଯାଇଛନ୍ତି। ଯାହାକୁ ନେଇ ଏହି ଜଙ୍ଗଲ ନିକଟସ୍ଥ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ହାତୀଙ୍କ ଗତିବିଧି ଉପରେ କଡା ନଜର ରଖିଥିବା ସୂଚନା ରହିଛି।