Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପବିତ୍ର ଶ୍ରାବଣ ମାସ ଅବସରରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ସ୍ଥିତ ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଓଡ଼ିଶା ସମେତ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଭକ୍ତ ଏଠାରେ ପହଞ୍ଚି ବାବା ଗୁପ୍ତେଶ୍ୱରଙ୍କ ଉପରେ ପବିତ୍ର ଜଳ ଅର୍ପଣ କରୁଛନ୍ତି। ଶ୍ରାବଣ ମାସରେ ଦକ୍ଷିଣ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବପୀଠ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ପାଲଟିଥାଏ। ହାତରେ କାଉଡ଼ି ଓ କାନ୍ଧରେ ପବିତ୍ର ଜଳ ନେଇ ଭକ୍ତମାନେ “ବୋଲ ବମ୍” ଏବଂ “ହର ହର ମହାଦେବ” ଧ୍ୱନି ଦେଇ ଶୃଙ୍ଖଳିତ ଧାଡ଼ିରେ ମନ୍ଦିରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।

Jeypore, Koraput | Aug 3, 2026
ପବିତ୍ର ଶ୍ରାବଣ ମାସ ଅବସରରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ସ୍ଥିତ ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ଓଡ଼ିଶା ସମେତ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଭକ୍ତ ଏଠାରେ ପହଞ୍ଚି ବାବା ଗୁପ୍ତେଶ୍ୱରଙ୍କ ଉପରେ ପବିତ୍ର ଜଳ ଅର୍ପଣ କରୁଛନ୍ତି। ଶ୍ରାବଣ ମାସରେ ଦକ୍ଷିଣ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବପୀଠ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ପାଲଟିଥାଏ। ହାତରେ କାଉଡ଼ି ଓ କାନ୍ଧରେ ପବିତ୍ର ଜଳ ନେଇ ଭକ୍ତମାନେ “ବୋଲ ବମ୍” ଏବଂ “ହର ହର ମହାଦେବ” ଧ୍ୱନି ଦେଇ ଶୃଙ୍ଖଳିତ ଧାଡ଼ିରେ ମନ୍ଦିରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। - Jeypore News