କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର କଳାହାଣ୍ଡି ଜିଲ୍ଲାସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ୧୪ ଓ ୧୭ ବର୍ଷ ରୁ କମ ବୟସର ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଛନ୍ତି। ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିବା ବେଳେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।