ରବିବାର ଦିନ ବୌଦ୍ଧ ସିଟି ଓ ଜିଏସଟି କାର୍ଯ୍ୟାଳୟ ନିକଟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ନୂତନ କାର୍ଯ୍ୟଳୟ ଉଦଘାଟିତ ହୋଇ ଯାଇଛି | ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |