ସୁନ୍ଦରଗଡ ସହର: ଧରୁଆ ଡିହି ପୋଲିସ ଦ୍ବାରା ରେଲୱେ ଫାଟକ ନିକଟରୁ ଚୋରା ଚାଲାଣ କରୁଥିବା ବାଲି ବୋଝେଇ ଟ୍ରାକ୍ଟର OD -16 L-7793 ଜବତ, ଚାଳକ ଗିରଫ
ଆଜି ଅକ୍ଟୋବର 21 ତାରିଖ ମଙ୍ଗଳବାର ଅପରାହ୍ନ 3 ଟା ପାଖାପାଖି ସମୟରେ ଧରୁଆ ଡିହି ପୋଲିସ ଧରୁଆ ଡିହି ରେଲୱେ ଫାଟକ ନିକଟରୁ ଚୋରା ଚାଲାଣ କରୁଥିବା ଏହି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଏହାର ଚାଳକକୁ ଗିରଫ କରିଛନ୍ତି । ଗିରଫ ଚାଳକ ହେଲା - ଅଜୟ ମୁଣ୍ଡା । ଏ ନେଇ ଧରୁଆ ଡିହି ପୋଲିସ ଅଭିଯୁକ୍ତ ଅଜୟ ମୁଣ୍ଡା ନାମରେ 209 ରେ ଏକ ମାମଲା ରୁଜ୍ଜୁ କରିବା ସହ ଦଫା - 303(2) BNS ଓ 51 OMMS ଲଗାଇଛନ୍ତି।