ଟିଟିଲାଗଡ ବ୍ଲକ୍ ସୂର୍ଡା ଗ୍ରାମ ପଞ୍ଚାୟତର ଗ୍ରାମବାସୀ କଂଗ୍ରେସ ନେତା ବିରେନ୍ଦ୍ର ବାଗଙ୍କ ସହ ମିଶି ଏକ ଦାବିପତ୍ର ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ରଥଙ୍କୁ ପ୍ରଦାନ କରିଛନ୍ତି। ଯେଉଁଥିରେ ତାଙ୍କ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାରିପଟେ ବାଡ, ଖେଳ ପଡିଆ ନ ଥିବା ସହ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷକ ପୂରଣ କରିବାକୁ ଦାବି କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ ପରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।