ରେକୁଳା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ବୁଧବାର ୧୧ଟାରେ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ । କାମାକ୍ଷାନଗର ଏନଏସି ରେକୁଳା ଜୟ ଦୁର୍ଗ। କ୍ଳବ ଘରେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ,ରେକୁଳା ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଠାରେ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ ,ତହସିଲଦାର ଶୁଭଙ୍କର ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଏହାକୁ ଆରମ୍ଭ କରିଥିଲେ ।ଏଠାରେ ମହିଳା ମହାବିଦ୍ୟାଳୟ ଛାତ୍ରୀ ଓ ଯୁବ ଗୋଷ୍ଠୀ ମାନେ ରକ୍ତଦାନ କରିଥିଲେ ।