ସୁନ୍ଦରଗଡ ସହର: ଆମ୍ବିଳା ନିକଟରେ ଖାଲରେ ପଶିଲା ବୋଲେରୋ, ବର୍ତ୍ତିଲେ ଚାଳକ
ସୁନ୍ଦରଗଡ ଜିଲ୍ଲା ପାଟମୁଣ୍ଡା ପଞ୍ଚାୟତର ଆମ୍ବିଳା ନିକଟରେ ଆଜି ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଖାଲରେ ଫସି ଯାଇଥିବା ଦେଖା ଯାଇଛି। ଏହି ଦୁର୍ଘଟଣାରେ ବୋଲେରୋ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି।