ତଲସରା: କୁତ୍ରା ଥାନା ପ୍ରାଙ୍ଗଣରେ ଆଭାସି ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ପ୍ରାଙ୍ଗଣରେ ଆଜି ଆଭାସି ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କୁ କୁତ୍ରା ଥାନା ପ୍ରାଙ୍ଗଣରେ ଅଞ୍ଚଳବାସୀ ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ କୁତ୍ରା ଥାନା ଡିଏସପି ମନୋରଞ୍ଜନ ପ୍ରଧାନ, ଆଇଆଇସି ଲୋକେଶ୍ଵର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।