ବୁର୍ଲା ପୋଲିସ ଦ୍ୱାରା ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଚାଲୁଥିବା ସାଇବର ଠକେଇ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ସାଇବର କ୍ରାଇମ ରିପୋର୍ଟିଙ୍ଗ ପୋର୍ଟାଲରେ ଆସୁଥିବା ଅଭିଯୋଗ ଆଧାରରେ ସମ୍ବଲପୁର ସାଇବର ଥାନା ସହଯୋଗରେ ବୁର୍ଲା ପୋଲିସ ଏକ ଠକେଇ ଘଟଣାର ତଦନ୍ତ କରିଥିଲା । ତଦନ୍ତରେ ବିନୋଦ ବିଭାର, ଶରତ କୁସୁମ ଓ ତ୍ରିନାଥ ନାଏକଙ୍କ ବ୍ୟାଙ୍କ ଖାତାରେ ଅବୈଧ ଓ ସନ୍ଦେହଜନକ ଟଙ୍କା ଲେନଦେନ ହୋଇଥିବା ପ୍ରମାଣ ମିଳିଥିଲା। ପୋଲିସ ତୁରନ୍ତ ଅଭିଯୁକ୍ତମାନେ ନିଜ ନାମରେ ବ୍ୟାଙ୍କ ଖାତା ଖୋଲି ସେହି ଖାତାର ବିବରଣୀ, ଏଟିଏମ୍ କାର୍ଡ ଓ ପାସବୁକ୍ ସାଇବର ଠକଙ୍କୁ ଯୋଗାଇ ଦେଇଥିଲେ। ଏହା ମାଧ୍ୟମରେ