୧୮ନଂ ଜାତୀୟରାଜପଥ କଛିମବିଲ୍ଲା ଏବଂ ବୁଢ଼ୀଖମାରି ମଝିରେ ଏକ ମାଲବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତାରୁ ୧୫ଫୁଟ ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ବୁଧବାର ଅପରାହ୍ନ ତିନିଟାରେ କ୍ରେନ ଏବଂ ହାଇଡ୍ରା ମେସିନ ସହାୟତାରେ ଦୀର୍ଘ ସମୟର ଉଦ୍ୟମପରେ ଉଦ୍ଧାରକଲା ବେତନଟୀ ପୁଲିସ l ଚେନ୍ନାଇରୁ ଝାଡ଼ଖଣ୍ଡର ରାଞ୍ଚି ସହରକୁ ଯାଉଥିବା ଏନଏଲ -୦୧ଏଜି -୨୧୨୯ ନମ୍ବର ବିଶିଷ୍ଟ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା l