ଓରିଏଣ୍ଟ: ରେଙ୍ଗାଲି ଥାନା ଗୋବିନ୍ଦପୁର ଅଂଚଳରେ ବ୍ୟକ୍ତି ଦେଶୀ ମଦ ବିକ୍ରି ଅଭିଯୋଗରେ ଚଢ଼ାଉ, ୧୦ ଲିଟର ଦେଶୀ ମଦ ଜବତ
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଂଚଳରେ ଜଣେ ବ୍ୟକ୍ତି ଦେଶୀ ମଦ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ରେଙ୍ଗାଲି ଥାନା ପୋଲିସ ପକ୍ଷରୁ ଆଜି ଚଢ଼ାଉ କରି ଗୋବିନ୍ଦପୁର ଅଂଚଳର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ଲିଟର ଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ମଦକୁ ଜବତ କରାଯାଇଛି। ତେବେ ଆଜି ସନ୍ଧ୍ୟା ପ୍ରାୟ ଛଅଟା ସମୟରେ ରେଙ୍ଗାଲି ପୋଲିସ ତରଫରୁ ଚଢ଼ାଉ କରି ୧୦ଲିଟର ମଦ ଜବତ କରିଥିବା ନେଇ ସୂଚନା ମିଳିଛି।