କୋରାପୁଟ ଜିଲ୍ଲାରେ ଆସନ୍ତା କାଲି ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆଜି ଦିନ ୧୨ଘଣ୍ଟା ସମୟରେ କୋରାପୁଟ ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ସହ ୟେଲୋ ୱାର୍ନିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା କାଲି କୋରାପୁଟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପବନ ବୋହିବା ସମ୍ଭାବନା ଥିବା ସୂଚନା ଦିଆଯାଇଛି।