ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ନଡ଼ିଆ ପଡ଼ା ଗ୍ରାମ ରେ ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ। ଗ୍ରାମ ରେ ମଦ ବିକ୍ରୀ ବନ୍ଦ କରିବାକୁ ନିଷ୍ପିତ୍ତି ନେବା ସହ ବୈଠକ କରିଛନ୍ତି। ଗ୍ରାମ ରେ ମଦ ବିକ୍ରୀ କରୁଥିବା ମଦ ବେପାରୀ କୁ ସାବାଡ଼ କରିବାକୁ ଶପଥ ନେଇଛନ୍ତି ମହିଳା ଗୋଷ୍ଠୀ ସଦସ୍ୟା।ମଦ ବିରୋଧରେ ଗ୍ରାମର ୨୫ ରୁ ଉର୍ଦ୍ଧ୍ବ ମହିଳା ଗୋଷ୍ଠୀ ସଦସ୍ୟା ଏକତ୍ରିତ ହୋଇଛନ୍ତି ।ଗତ ଦୁଇଦିନ ତଳେ ଗ୍ରାମ ର ମଦ ବେପାରୀ ଉପରେ ମହିଳା ଗୋଷ୍ଠୀ ସଦସ୍ୟା ଅବକାରୀ ବିଭାଗର ଉପସ୍ଥିତିରେ ଚଢ଼ାଉ କରିଥିଲେ।