ସମ୍ବଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ଆଜି ସକାଳୁ ସମ୍ବଲପୁର ଜିଲ୍ଲାକୋଟ, SDJM କୋଟ, ଏସପି ଅଫିସ, ପାର୍କିଙ୍ଗ ଅଂଚଳକୁ ଯାଂଚ କରାଯାଇଛି।ବମ ସ୍କ୍ବାଡ, ଡଗ ସ୍କ୍ବାଡ, ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ଯାଂଚ ଚାଲିଛି।କୋଟର ଉଭୟ ଗେଟରେ ପୋଲିସ ଯାଂଚ, କଚେରି ଛକରେ ପୋଲିସ ବେରିକେଡ ସହ ପରିଚୟ ପତ୍ର ଦେଖାଇ ପ୍ରବେଶ କରୁଛନ୍ତି। ସେପଟେ ଅତିରିକ୍ତ ଏସପି କହିଛନ୍ତି ଗତକାଲି ରାତି ଠୁ ପୋଲିସ ସୁରକ୍ଷା ବଢାଇଛି । କିଏ ଓ କାହିକି ମେଲ କରିଛି ତାର ତଦନ୍ତ ଚାଲିଥିବା କହିଛନ୍ତି। ରବିବାର ରାତିରେ ଧମକପୂର୍ଣ୍ଣ ମେଲ୍ କୋଟର ର