ବୈଦିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କୃଷ୍ଣସାର ମୃଗ ସମ୍ପର୍କିତ ମାହାତ୍ମ୍ୟ ପ୍ରସଙ୍ଗମାନ ଉଲ୍ଲେଖ ରହିଛି । ଏହି ବିରଳ ପ୍ରଜାତିର କୃଷ୍ଣସାର ମୃଗ ଅନେକ ବର୍ଷଧରି ଗଞ୍ଜାମ ଜିଲା ଘୁମୁସର ଦକ୍ଷିଣ ବନଖଣ୍ଡ ଆସିକା ରେଞ୍ଜ ର ଭେଟନଈ ଓ ଏହାର ଆଖ ପାଖ ଅଞ୍ଚଳରେ ଦେଖାଦିଅନ୍ତି। ତେବେ ଏବେ ଏହି ବିରଳ ପ୍ରଜାତିର ମୃଗ ଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି ଖାଦ୍ୟ ଅନ୍ୱେଷଣ l ଦିନ କୁ ଦିନ ଅଞ୍ଚଳରେ ଫସଲ କମିବା ଓ ସୋଲାର ପ୍ରୋଜେକ୍ଟ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ରୁ ନିରୀହ ପଶୁଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି l