ଦେବଗଡ: ବାରକୋଟ ଓ ରିଆମାଳ ତହସିଲରେ ଶୁଭାରମ୍ଭ ହେଲା  ଉପ-ନିବନ୍ଧକ କାର୍ଯ୍ୟାଳୟ
ଦେବଗଡ ଜିଲ୍ଲାର ବାରକୋଟ ଓ ରିଆମାଳ ତହସିଲରେ ଉପନିବନ୍ଧକ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୪୪ ଟି  ଉପନିବନ୍ଧକ କାର୍ଯ୍ୟାଳୟ ଶନିବାର ଶୁଭାରମ୍ଭ ହୋଇଛି । ସେଥି ମଧ୍ୟରୁ ଦେବଗଡ଼ ଜିଲ୍ଲାରେ ଦୁଇଟି ବାରକୋଟ ଓ ରିଆମାଳ  ତହସିଲରେ ଶୁଭାରମ୍ଭ ହୋଇଛି । ଏହା ଦ୍ଵାରା ଜନ ସାଧାରଣ ନିଜ ତହସିଲ ଅଞ୍ଚଳରେ ହିଁ ଜମି କିଣା ବିକା କରିବାର ସମସ୍ତ ସୁବିଧା ପାଇପାରିବେ । ପ୍ଲଟ ବୁକିଂପାଇଁ ଲୋକେ ଘରେ ବସି ଆବେଦନ କରି ପାରିବେ। ଜମି କିଣା ବିକା କ୍ଷେତ୍ରରେ ଶୃଙ୍ଖଳିତ ଭାବେ କିଣି ପାରିବେ ।