ଲାଠୋର ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ଫୁଲୁକିମୁଣ୍ଡା ଛକଠାରୁ ବାହାରରାଜ୍ୟ କୁ ଚାଲାଣ ହେବାକୁ ଥିବା ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୬ ଜଣ ପୁରୁଷ ୩ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ବେଆଇନ ଦାଦନଚାଲାଣ ଅଭିଯୋଗରେ ଲାଠୋର ଥାନା ଫୁଲୁକିମୁଣ୍ଡା ଗ୍ରାମର ଦାଦନ ସର୍ଦାର ଜୟଦ୍ରଥ ମାଝୀ କୁ ଗିରଫ କରି ରବିବାର ଅପରାହ୍ନ ରେକୋର୍ଟ ଚାଲାଣ କରିଥିବା ବେଳେ ଦାଦନ ଶ୍ରମିକ ମାନଙ୍କୁ ତାଙ୍କ ଘରକୁ ପଠାଇ ଦେଇ ଛନ୍ତି