ମଣ୍ଡେଇ ପଡିଆରେ ଜିଲ୍ଲା ମହୋତ୍ସବର ଦ୍ଵିତୀୟ ଦିନରେ ଯୋଗଦେଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଜମୁଛି ମଣ୍ଡେଇ ଆସର । ଦ୍ଵିତୀୟ ଦିନ ର ଶୀତୁଆ ସନ୍ଧ୍ୟା ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସାଂସ୍କୃତିକ ଦଳ ର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଏସପି ମଦକର ସନ୍ଦୀପ ସମ୍ପଦ, ଜିଲ୍ଲାର ପୂର୍ବତନ ଜିଲ୍ଲା ଡ଼ଃ କମଳ ଲୋଚନ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।