ଘସିପୁରା: ଘସିପୁରା ବ୍ଲକର ୨୫ଟି ପଞ୍ଚାୟତର ସମ୍ପାଦିକା ଓ ସଭାନେତ୍ରୀ ମାନେ ପୁନର୍ଗଠନକୁ ବନ୍ଦକରିବା ପାଇଁ ବିଡିଓ ବିନିତା ବିଜୟନିଙ୍କୁ ଦାବିପତ୍ର ପ୍ରଦାନ
ନୂଆ ସରକାର ଆସିବା ପରେ ମିସନଶକ୍ତି ପୁନର୍ଗଠନ ପାଇଁ ନିର୍ଦେଶ ଦେଇଥିଲେ। ସେତେବେଳେ ମିସନଶକ୍ତି ମହାସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏବେ ପୁଣି ସମସ୍ତ ଏସ୍ଏଚ୍ଜିର ସଭାପତି, ସମ୍ପାଦିକା ଏବଂ ଇସି ମେମ୍ବରଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଉଛି। ଯାହାକୁ ତୀବ୍ର ବିରୋଧ କରାଯାଇଛି। ଆଜି ଘସିପୁରା ବ୍ଲକର ୨୫ଟି ପଞ୍ଚାୟତର ସମ୍ପାଦିକା ଓ ସଭାନେତ୍ରୀ ମାନେ ପୁନର୍ଗଠନକୁ ବନ୍ଦ କରିବା ପାଇଁ ବିଡିଓ ବିନିତା ବିଜୟନିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମିସନଶକ୍ତି ପୁନର୍ଗଠନ ସମ୍ପର୍କିତ ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି।