ବେତନଟୀରେଞ୍ଜ ତଥା ଥାନା ଅଧୀନ ଭୁରୁକୁଣ୍ଡି ଛଉପଡିଆଠାରେ ଯାତ୍ରୀ ମାନଙ୍କୁ ବସାଇ ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିବା ସମୟରେ ଶନିବାର ସକାଳ ୧୧ଟା ପାଖାପାଖି ସମୟରେ ହଠାତ ବିଶାଳ ଦନ୍ତାହାତୀ ପହଞ୍ଚି ଯିବାରୁ ଭୟର ବାତାବରଣ ଦେଖା ଦେଇଥିବା ବେଳେ ଦନ୍ତାହାତୀ ବସକୁ ପିଛାକରି ଜଙ୍ଗଲକୁ ପ୍ରବେଶ କରିଯାଇଥିଲା l ୧୮ଟିକିଆ ଝାଡଖଣ୍ଡି ହାତୀପଲରୁ ଅଲଗା ହୋଇ ଥିବା ବିଶାଳ ଦନ୍ତାହାତୀ ସ୍ପଷ୍ଟ ଦିବାଲୋକରେ ଛଉପଡିଆକୁ ପଳାଇ ଆସିଥିଲା l