ବୈଶିଙ୍ଗା ଥାନା ଅଧୀନ ଭିତରଶୋଳ ଠାରେ ଚୋରା ଦେଶିମଦ କାରଖାନାରେ ଚଢାଉକରି ବିପୁଳ ପରିମାଣର ମହୁଲପୋଚ ଓ ରନ୍ଧାମଦ ଜବତ ଘଟଣାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଶନିବାର ଗିରଫକରି ସ୍ୱାସ୍ଥ୍ୟପରୀକ୍ଷା କରାଇବା ପରେ ଶନିବାର ଅପରାହ୍ନ ପାଞ୍ଚଟାରେ କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ l ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ହାତୀପତୁକା ଗ୍ରାମର ଭଜହରୀ ମୁର୍ମୁ ଓ ଅମିତ ଓରଫ ଶୁକୁଲ ବାସ୍କେ l