ସଦର: ଭିଏତନାମରେ ନାରୀ ସଶକ୍ତିକରଣର ସ୍ଵର ପାଲଟିଲେ ଭବାନୀପାଟଣାର ଝିଅ
ଭିଏତନାମ ଠାରେ ଆୟୋଜିତ ଇଣ୍ଟରନେହନାଲ ମୋଡେଲ ୟୁନାଇଟେଡ଼ କନଫରେନ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ କଳାହାଣ୍ଡି ଭବାନୀପାଟଣାର ଝିଅ ପ୍ରିୟଂସିତା ରାଉତ। ଏଥିରେ ସମଗ୍ର ବିଶ୍ଵର ପ୍ରତିନିଧିମାନେ ଏକତ୍ରିତ ହୋଇ ବିଶ୍ଵ ସମସ୍ୟା ଉପରେ ଆଲୋଚନା କରିଥିଲେ। ପ୍ରିୟଂସିତାଙ୍କ ଟିମ୍ ର ଥିମ୍ ଥିଲା ନାରୀ ସଶକ୍ତିକରଣ ଏବଂ ଲିଙ୍ଗ ସମାନତା। ଏ ସମ୍ପର୍କରେ ଆଲୋଚନା କରି ଉଚ୍ଚ ପ୍ରଶଂସିତ ହେଇଥିଲେ ପ୍ରିୟଂସିତା । ଏହି ଖବର ବୁଧବାର ଅଞ୍ଚଳରେ ପ୍ରଚାରିତ ହେଇଥିଲା। ଏଭଳି ଖୁସି ଖବର ପାଇ ପ୍ରିୟଂସିତାଙ୍କ ପ୍ରତି ଶୁଭେଚ୍ଛା ର ସୁଅ ଛୁଟିଛି।