ଶନିବାର ବୌଦ୍ଧ କଚେରୀ ପଡିଆ ଠାରେ ଚାଲିଥିବା ବିଂଶ ତମ ବୌଦ୍ଧ ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା ମଞ୍ଚରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |