ବେତନଟୀ ଉପକଣ୍ଠ ତୁଳସୀଚଉରା ଠାରେ ବେତନଟୀ ଡାକ୍ତରଖାନା ନାମରେ ରେକର୍ଡଭୁକ୍ତ ୩ଏକର ଜମିକୁ ଚିନ୍ହଟକରି ଶୁକ୍ରବାର ଅପରାହ୍ନ ସାଢେ ତିନିଟାରେ ଡାକ୍ତରଖାନା କର୍ତୃପକ୍ଷଙ୍କୁ ଦଖଲ ହସ୍ତାନ୍ତର କଲେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା l ତୁଳସୀଚଉରା ମୌଜାର ୪୫୭ ନମ୍ବର ଖାତାରେ ଥିବା ୩ଏକର ଜମିକୁ ଘରବାଡ଼ି କିସମକରି ବେତନଟୀ ଡାକ୍ତରଖାନାକୁ ହସ୍ତାନ୍ତର କରାଯାଇଛି l