ଆଜି ଜାନୁଆରୀ 4 ତାରିଖ ଅପରାହ୍ନ 2 ଟାରେ ଏହି ଚୋରଙ୍କ ଖବର ସଦର ଥାନାରେ ପହଞ୍ଚିଥିଲା। ଖବର ପାଇବା ପରେ ସଦର ପୋଲିସ ଚୋରି ସ୍ପଟ ଓ ଚୋରଙ୍କ ଅଟକ ସ୍ଥଳକୁ ଯାଇ ଉଭୟ ଚୋରଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛନ୍ତି। ଗିରଫ ଚୋର ଦୁଇ ଜଣ ହେଲେ - କରନ ଚୌହାନ ଓ ବିଶ୍ୱଜିତ ନାଏକ। ଉଭୟଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜ ନଗର ଗାନ୍ଧି ଛକ ବୋଲି ପୋଲିସ ତଦନ୍ତରେ ଜଣା ପଡିଛି। ତେବେ ଏହି ନେଇ ମହମ୍ମଦ ଫୁର୍କାନ ଅନସାରୀ ନାମକ ବ୍ୟକ୍ତି ସଦର ଥାନାରେ ଅପରାହ୍ନ 2 ଟାରେ ପହଞ୍ଚି ପୋଲସକୁ ଲିଖିତ ସୂଚନା ଦେଇଥିଲେ । ତାଙ୍କ ସୂଚନା କ୍ରମେ ସଦର ଥାନା କେଶ ନମ୍ବର - 4 ରେ ଏକ ମାମଲା ରୁଜ୍ଜୁ କରି ପୋ