ସୁନ୍ଦରଗଡ ସହର: ମୃତ କପିଲ ସାଙ୍କ ପରିବାର ଲୋକେ କପିଲଙ୍କ ଚକ୍ଷୁ ଦାନ କଲେ
ଆଜି ଡିସେମ୍ବର 23 ତାରିଖ ଅପରାହ୍ନ 4 ଟା ସମୟରେ ଏହି ମହତ ଦାନ କରିଛନ୍ତି ତାଙ୍କ ପରିବାର ଲୋକେ। ଗୋଟିଏ ପଟେ ପରିବାରର ସଦସ୍ୟଙ୍କୁ ସବୁଦିନ ପାଇଁ ହରାଇଥିବା ବେଳେ ତାଙ୍କ ଚକ୍ଷୁ ଦାନ କରି ଏକ ମହତ କାମ କରିଛନ୍ତି ମୃତ କାପିଲଙ୍କ ପରିବାର। କପିଲ ଆଜି ହଠାତ୍ ପୂର୍ବାହ୍ନ 11:45 ରେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମଝାପଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା , ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଧରୁଆ ଡିହି ପୋଲିସକୁ ସୂଚନା ଦେଇଥିଲେ। ତେବେ ତାଙ୍କ ଶବ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା