ଖଇରା ତହସିଲ କୁପାରୀ ରାଜସ୍ବ କ୍ଷେତ୍ରରେ ଦିର୍ଘଦିନ ଧରି ମାଙ୍କଡା ପଥର ମାଫିଆ ମାନେ ସକ୍ରିୟ ହୋଇ ପଡିଛନ୍ତି l ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ବୁଧବାର ଅପରାହ୍ନ 3 ଘଟିକା ସମୟରେ ରାଜସ୍ବ ନିରିକ୍ଷକ ଚନ୍ଦ୍ରଶେଖର ପଣ୍ଡା ପଟ୍ଟାଗଡିଆ ଗ୍ରାମ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବଦ କରି ତହସିଲଦାରଙ୍କୁ ହସ୍ତାନ୍ତର କରିଛନ୍ତି ଅଂଚଳବାସି lସେପଟେ ପ୍ରତି ରାତିରେ ଶହ ଶହ ସଂଖ୍ୟାର ଗାଡି ଚାଲାଣ ହେଉଥିଲେ ହେଁ ମାତ୍ର କାଁଭାଁ ଚଢାଉ କରାଯିବାକୁ ନେଇ ଉଭୟ ଖଣି ଓ ରାଜସ୍ବ ବିଭାଗର ସ୍ବଛତାକୁ ନେଇ ପ୍ରଶ୍ନ ଉଠିଛି l