ବେତନଟୀ ବ୍ଲକ ବରିଷ୍ଠ ନାଗରିକ ସଂଙ୍ଘପକ୍ଷରୁ ରବିବାର ଧର୍ମଶାଳା ପରିସରରେ ଆୟୋଜିତ ବ୍ଲକସ୍ତରୀୟ ବାର୍ଷିକସମ୍ମିଳନୀ କାର୍ଯ୍ୟକ୍ରମ ରବିବାର ଅପରାହ୍ନ ୪ଟାରେ ସମାପିତ ହୋଇଯାଇଛି l ବେତନଟୀ ବ୍ଲକ ବରିଷ୍ଠ ନାଗରିକ ସଂଙ୍ଘର ସଭାପତି ବରିଷ୍ଠ ଆଇନଜୀବୀ ହିମାଂଶୁ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ଅମରେନ୍ଦ୍ରନାଥ ଦାଶ, ଗୌତ୍ତମଚନ୍ଦ୍ର ବେହେରା ଏବଂ ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ l