ଆସିକା: ନିରାଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାରର ତିନି ଜଣଙ୍କୁ ସଂଘବଧ ଆକ୍ରମଣ
Asika, Ganjam | Oct 21, 2025 ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁହୁଳୁଥିବା ନିଆଁ ଦୀପାବଳି ରାତି ଉଗ୍ରରୂପ ନେଇଛି l ସଙ୍ଘ ବଧ ଆକ୍ରମଣ ରେ ଗୋଟିଏ ପରିବାର ର ତିନିଜଣ ଗୁରୁତର ହୋଇଛନ୍ତି l ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନିରାଳ ଗ୍ରାମରେ ଘଟିଛି ଏଭଳି ଘଟଣା l ସୂଚନା ଅନୁସାରେ ନିରାଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଚାରି ରୁ ପାଞ୍ଚ ଜଣ ଯୁବକ ଛୁରା ଆଉ ପଥର ରେ ଗୋଟିଏ ପରିବାର ଉପରେ ସଂଘବଧ ଆକ୍ରମଣ କରିଥିବା ବେଳେ ଆକ୍ରମଣ ରେ ପରିବାର ର ବାପା ଇନ୍ଦ୍ର ମଣ୍ଡଳ, ପୁଅ ନାରାୟଣ ମଣ୍ଡଳ, ଓ ଦାଦା ଚନ୍ଦ୍ର ମଣ୍ଡଳ ଗୁରୁତର ହୋଇଛନ୍ତି I